ପରିବେଶ ପ୍ରଦୂଷଣର ଭୟଙ୍କର ରୂପ,10ଲିଟର ତାଜା ପବନର ମୂଲ୍ୟ 550 ଟଙ୍କା

ପରିବେଶ ପ୍ରଦୂଷଣ ପାଇଁ ସମସ୍ତେ କୁମ୍ଭିର କାନ୍ଦଣା କାନ୍ଦୁଥୁଲେ । ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଚାରିଆଡେ ସଚେତନତା ସୃଷ୍ଟି ହେଉଥିଲା। ମାତ୍ର ଶେଷକୁ ସେ ଦିନ ଆଜି ଆସି ପହଞ୍ଚିଯାଇଛି । ବାୟୁ ପ୍ରଦୂଷଣର ମାତ୍ରା ଏତେ ମାତ୍ରାରେ ବଢି ଯାଇଛି ଯେ ଲୋକେ ବିଶୁଦ୍ଦ ପବନ ଟିକେ ପାଇବା ପାଇଁ ଦୋକନାକୁ ଦୌଡୁଛନ୍ତି । 5ଦଶନ୍ଧି ପୂର୍ବେ କେହି ଭାବି ନଥିଲେ ଆଗକୁ ବିଶୁଦ୍ଧ ପାଣି କିଣିକି ପିଇବାକୁ ହେବ ବୋଲି । ମାତ୍ର ବର୍ତ୍ତମାନ ତାହା ସମସ୍ତେ କରୁଛନ୍ତି ।ପାଣି ପରି ଏବେ ପବନ ମଧ୍ୟ କିଣିବା ଆରମ୍ଭ ହୋଇଗଲାଣି । ପୂର୍ବରୁ କାନାଡା ଚୀନ ଆଦି ରାଷ୍ଟ୍ରରେ କେବେଠୁ ବିଶୁଦ୍ଧ ପବନ ବିକ୍ରି ହୋଉଥିବା ବେଳେ ଏବେ ଭାରତର ଦିଲ୍ଲୀ,ଚେନ୍ନାଇ,ମୁମ୍ୱାଇ,ବେଙ୍ଗାଲୁରୁ ଭଳି ପ୍ରଦୂଷିତ ସହରରେ ଏହାର ବିକ୍ରି ଆରମ୍ଭ ହୋଇଗଲାଣି ।ବଡ ବଡ ମଲ୍ ରେ ଏହି ତାଜା ବାୟୁକୁ କ୍ୟାନ୍ ଓ ସିଲିଣ୍ଡରରେ ବ୍ୟବହାର କରାଯାଉଛି ।
10ଲିଟର ତାଜା ପବନର ମୂଲ୍ୟ 550 ଟଙ୍କା ରହିଛି । ଏହି 10ଲିଟର ଫ୍ରେସ ଏୟାର 160ଥର ଶ୍ୱାସକ୍ରିୟା ନେବା ପରେ ଶେଷ ହୋଇଯିବ। ଏହି ତାଜା ବାୟୁକୁ ବିକ୍ରି କରୁଥିବା “ପିଓର ହିମାଳୟ ଏୟାର” କମ୍ପାନି ଉତ୍ତରାଖଣ୍ଡର ଚାମେଲିରୁ ଏହି ଫ୍ରେସ ଏୟାରକୁ ସଂଗ୍ରହ କରୁଥିବା କହିଛି ।ଏହି ବାୟୁରେ ଅମ୍ଳଜାନ,ନାଇଟ୍ରୋଜେନ ଓ ଅନ୍ୟାନ ପ୍ରାକୃତିକ ଉପାଦାନ ଥିବା କମ୍ପାନି ମତ ଦେଇଛି ।

Comments (0)
Add Comment