ଦାରିଙ୍ଗବାଡ଼ିରେ ବିଦେଶୀ ପର୍ଯ୍ୟଟକ: ଶୀତର ମଜା ଉଠାଉଛନ୍ତି

 

କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଲାଗି ରହିଛି ଶୀତ ଲହରୀ । ଶୀତର ମଜା ନେବା ସହ ପ୍ରଦୂଷଣ ମୁକ୍ତ ଦାରିଙ୍ଗବାଡ଼ିକୁ ଏବେ କିଛି ଦିନ ହେଲା ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥିବାବେଳେ ଚଳିତବର୍ଷ ପ୍ରଥମଥର ପାଇଁ ୪ଜଣ ବିଦେଶୀ ପର୍ଯ୍ୟଟକ ଦାରିଙ୍ଗିବାଡ଼ି ଆସିଛନ୍ତିା ସେମାନେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରକୃତି କୁଟୀରରେ ରାତ୍ରୀଯାପନ କରୁଛନ୍ତିା ନେଦେରଲେଣ୍ଡଜର ନୋଟେନ, ଭେରୋଏଭେନ, ଗେରିଟଜେନ୍‌ ମେରିଗେରୁଚିରିଦା ଏଗେନିସା ପ୍ରମୁଖ ରହିଛନ୍ତି। ଏହି ଦୁଇଟି ପରିବାର ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ବୁଲିବା ସହ ଜଙ୍ଗଲ ପାହାଡ଼ ବୁଲିଛନ୍ତିା

ବିଭାଗ ପକ୍ଷରୁ ତାଙ୍କୁ ଗାଇଡ କରାଯିବା ସହ ଖାଦ୍ୟପାନୀୟର ବ୍ୟବସ୍ଥା କରାଯାଇଛି ବୋଲି ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା କହିଛନ୍ତିା ଦାରିଙ୍ଗବାଡ଼ିକୁ ଅଧିକ ପ୍ରଶଂସା କରୁଥିବା ବନାଞ୍ଚଳ ଅଧିକାରୀ ବେହେରା କହିଛନ୍ତିା ସୂଚନାଯୋଗ୍ୟ, ଏବେ ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଛିା ବିଭିନ୍ନ ସ୍ଥାନକୁ ସରକାରୀ ବସ ଚଳାଚଳ ବନ୍ଦ ରହିଛିା ପୂର୍ବରୁ ମାଓବାଦୀମାନେ ଗତ ୨୦୧୨ ମସିହା ମାର୍ଚ୍ଚ ମାସରେ ଇଟାଲୀର ଦୁଇ ନାଗରିକଙ୍କୁ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରେ ବାସୁସ୍କ ପାଉଲ ଏବଂ କ୍ଳାଉଡିଓ କୋଲାଜୋଂଲ ରହିଥିଲେ ସେହି ପରଠାରୁ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ବିଦେଶୀ ନାଗରିକଙ୍କ ଗସ୍ତ ଉପରେ କଟକଣା ଜାରି କରାଯାଇଥିଲା । କିନ୍ତୁ ଏବେ ମାଓବାଦୀଙ୍କ ଉପଦ୍ରବ କମିବା ପରେ ଏହି କଟକଣା ଉପରେ କୋହଳ କରାଯାଇଥିବା ଜଣାପଡ଼ିଛି ।

80%
Awesome
  • Design
Comments (0)
Add Comment