ହକି ଫ୍ୟାନ୍

ହକି ରଙ୍ଗରେ ସାରା ବିଶ୍ୱ ରଙ୍ଗୀନ ।  ଓଡିଶା ହକି ପୁରୁଷ ବିଶ୍ୱକପର ନିଶା ଏବେ ସଭିଙ୍କୁ ଘାରିଛି । ଭାରତୀୟ ହକି ଦଳକୁ ଉତ୍ସାହିତ କରିବା ପାଇଁ ଫ୍ୟାନ ବି ପ୍ରସ୍ତୁତ । କିଏ ଗୀତ ଗାଇ ଭାରତୀୟ ଦଳର ମନୋବଳ ବଢାଉଛି ତ ଆଉ କିଏ ଭାରତୀୟ ହକି ଦଳ ପାଇଁ ତିଆରି କରିଛି ବିଶ୍ୱର ସବୁଠାରୁ ଛୋଟ ଚାମ୍ପିଆନ୍ କପ ।

ଓଡିଶା ହକି ପୁରୁଷ ବିଶ୍ୱକପର ନିଶା ଏବେ ସଭିଙ୍କୁ ଘାରିଛି ।  ଦିନକୁ ଦିନ ହକିର ଫିଭର ବି ବଢିବାରେ ଲାଗିଛି । ଭାରତୀୟ ହକି ଦଳର ପ୍ରଶଂସକଙ୍କର ଭାରତୀୟ ଦଳ ଉପରେ ବି ବହୁ ଭରସା ରହିଛି । ସେଥିପାଇଁ ତ ନିଜ ନିଜ ଅନ୍ଦାଜରେ ଟିମ ଇଣ୍ଡିଆକୁ ଉତ୍ସାହିତ କରୁଛନ୍ତି ଫ୍ୟାନ । କେରଳର ସଙ୍ଗୀତଜ୍ଞ ବିଶିଷ୍ଟ ତାଙ୍କ ଛାତ୍ରଛାତ୍ରୀଙ୍କ ସହ ମିଶି ପ୍ରସ୍ତୁତ କରିଛନ୍ତି ମ୍ୟୁଜିକ ଭିଡିଓ । ଆଉ ସ୍ୱର ଦେଇଛନ୍ତି ସାଇ ଗିରିଧର ଓ ସୁପର୍ଣ୍ଣା ବୃତ୍ତି ଭିନ୍ନ ଭିନ୍ନ ହୋଇଥିଲେବି ଗୀତ ପ୍ରତି ରହିଛି ରୁଚି ।

ସେଥିପାଇଁ ତ ଭାରତୀୟ ହକି ଦଳକୁ ଉତ୍ସାହିତ କରିବା ପାଇଁ ଇଂଲିସ ଓ ହିନ୍ଦୀ ଗୀତ ଗାଇଛନ୍ତି ।  ୧୯୭୫ରେ ଭାରତୀୟ ହକି ଦଳ ଯେପରି ଭାରତର ଟେକ ରଖିଥିଲା, ସେହିପରି ହକିରେ ପୁଣି ଥରେ ଭାରତ ଚମ୍ପିଆନ୍ ହେଉ ବୋଲି ଗୀତ ଜରିଆରେ ଚିଅର ଅପ କରିଛନ୍ତି ବଶିଷ୍ଟ ଓ ତାଙ୍କ ଛାତ୍ରଛାତ୍ରୀ । ସେହିପରି ଜଟଣୀର ଏଲ ଇଶ୍ୱର ରାଓ ନିଆରା ଢଙ୍ଗରେ ଭାରତୀୟ ଦଳକୁ ଚିଅରଅପ କରିଛନ୍ତି । ପେନସିଲ ମୁନରେ ତିଆରି କରିଛନ୍ତି ବିଶ୍ୱର ସବୁଠାରୁ ଛୋଟ ଟ୍ରଫି ।  ଅବିକଳ ବିଶ୍ୱକପ ଟ୍ରଫି ଭଳି ଏହି କଳାକୃତିକୁ ବେଶ ନିପୁଣତାର ସହ ତିଆରି କରିଛନ୍ତି ଇଶ୍ୱର ରାଓ । ଏହାସହ ବୋତଲ ଭିତରେ ବି ପଥରରେ ତିଆରି କରିଛନ୍ତି ଆଉ ଏକ ଟ୍ରଫି । କେଇ ଦିନ ଭିତରେ କଳିଙ୍ଗ ଷ୍ଟାଡିୟମ ପାଲଟିଛି ହକି ହବ । ହକି ଖେଳାଳିଙ୍କ ସମେତ ପ୍ରଶଂସକଙ୍କୁ ବି ବେଶ ଆକୃଷ୍ଟ କରିଛି ଏଠାକାର ମାହୋଲ ।  ସେଥିପାଇଁ ଏବେ ସଭିଏଁ ହକିର ଦିଓ୍ଵାନା ।

Comments (0)
Add Comment