କୁନି ହାତରେ ହକି ଷ୍ଟିକ୍,ଦେଖନ୍ତୁ ଭିଡିଓ

ସବୁଠି ଏବେ ହକି ଫିଭର ।ଷ୍ଟାଡିୟମ ଭିତରେ ଓ ବାହାରେ ଚାରିଆଡେ ହକି କ୍ରେଜ୍ । ସତେ ଯେମିତି ସମସ୍ତେ ହୋଇଯାଇଛନ୍ତି ହକି ଦିୱାନା ।ଗତକାଲି ଅଷ୍ଟ୍ରେଲିଆ ଓ ଲଣ୍ଡନ ମ୍ୟାଚ ସହିତ ଦ୍ୱିତୀୟରେ ଚାଇନା ଓ ଆୟରଲ୍ୟାଣ୍ଡର ମ୍ୟାଚ ଥିବା ବେଳେ ଛୋଟରୁ ବଡ ସମସ୍ତେ ମ୍ୟାଚ ଦେଖିବାକୁ ଯାଇଥିଲେ ।ବୁଝ ନ ବୁଝ ପଢ ଗୀତା ଭଳି ହକି ମ୍ୟାଚ ବିଷୟରେ ଅଜଣା ଥିବା ଦର୍ଶକ ବି ହକିରେ ନିଜକୁ ହଜେଇ ଦେଇଥିଲେ ଖେଳ ସରିବା ପରେ ଫ୍ୟାନ ଭିଲେଜରେ ଛୋଟ ଛୋଟ ପିଲାମାନେ ହକି ଷ୍ଟିକ ଧରି ହକି ଖେଳ ର ମଜାକୁ ଉପଭୋଗ କରିଥିଲେ
ତାଙ୍କ ଭିତରେ ଥିବା ହକି କ୍ରେଜ,ହକି ପ୍ରତି ଉତ୍ସାହକୁ ଦେଖିଲେ ମନେ ହେବ ଏମାନଙ୍କୁ ପ୍ରଶିକ୍ଷଣ ଦେଲେ ହୁଏତ ଏମାନେ ବି ଭବିଷ୍ୟତରେ ଦେଶ ପାଇଁ ଗୌରବ ଆଣିପାରିବେ ।
ଦେଖନ୍ତୁ ଷ୍ଟାଡିୟମ ଭିତରେ କୁନି ପିଲାଙ୍କ ମଧ୍ୟରେ ଥିବା ଉତ୍ସାହର ଝଲକ।

Comments (0)
Add Comment