ସାଙ୍ଗକୁ ଡାକିନେଇ ମାରିଦେଲେ

ଢେଙ୍କାନାଳରୁ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର । ବନମାଳିପ୍ରସାଦ କାଜୁ ଜଙ୍ଗଲରୁ ନିଖୋଜ ନାବାଳକ ସଂଗ୍ରାମ ପୃଷ୍ଟିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଗତ ୩ ତାରିଖରୁ ସେ ନିଖୋଜ ଥିଲେ । ସଂଗ୍ରାମଙ୍କୁ ହତ୍ୟା ଅଭିଯୋଗରେ ୩ ନାବାଳକ ଗିରଫ ହୋଇଛନ୍ତି ।

ସଂଗ୍ରାମଙ୍କୁ ଅପହରଣ କରି ପରିବାରଠୁ ୨ ଲକ୍ଷ ଟଙ୍କା ଦାବି କରିଥିଲେ ଗିରଫ ତିନିଜଣ । ମଦ ପିଇବାକୁ ଡାକି ନେବା ପରେ ହତ୍ୟା କରିଥିଲେ ଅଭିଯୁକ୍ତ ମାନେ । ଏହାପରେ ସେମାନେ ସଂଗ୍ରାମଙ୍କ ବାପାକୁ ଦୁଇ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ଦାବି କରିଥିଲେ । କିନ୍ତୁ ଅଭିଯୁକ୍ତଙ୍କ ଦାବି ନଶୁଣି ସଂଗ୍ରାମଙ୍କ ବାପା ଥାନାରେ ଖବର ଦେଇଥିଲେ ।
ବହୁ ତନାଘନା ପରେ ଅଭିଯୁକ୍ତଙ୍କ ସୂଚନା ପାଇ ମୃତଦେହ ଉଦ୍ଧାର କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି । ପୋଲିସ ହତ୍ୟାକାଣ୍ଡସ୍ଥଳକୁ ନେଇ ଗିରଫ ଅଶୋକ ବିଶ୍ୱାଳକୁ ଜେରା କରି ବହୁ ତଥ୍ୟ ଉଗାଳିଛି । ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତ କରୁଛି । ଦୁଇ ଲକ୍ଷ ଟଙ୍କା ଲାଗି ବନ୍ଧୁ ବଇରୀ ସାଜିବା ଘଟଣା ସ୍ଥାନୀୟ ଅଂଚଳବାସୀଙ୍କୁ ସ୍ତମ୍ଭୀଭୂତ କରିଦେଇଛି ।

Comments (0)
Add Comment