ଏଣିକି ରାତିରେ ମିଳିବ ‘ଆହାର’

୨୦୧୯ରୁ ସମସ୍ତ ଆହାର କେନ୍ଦ୍ରରେ ରାତିରେ ଉପଲବ୍ଧ ହେବ ଖାଦ୍ୟ ।

ଏଣିକି ରାତିରେ ମିଳିବ ‘ଆହାର’। ଜାନୁଆରୀ ପହିଲାରୁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ମିଲିଛି । ସମସ୍ତ ଆହାର କେନ୍ଦ୍ରରେ ୨୦୧୯ରୁ ରାତିରେ ଉପଲବ୍ଧ ହେବ ଖାଦ୍ୟ । ଲୋକ ଚାହିଁଲେ ଆହାର ପାଇଁ ଦାନ ଦେଇପାରିବେ । ଅନ୍‌ ଲାଇନ୍‌ ମାଧ୍ୟମରେ ଦାନ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ରହିଛି ।

ରାଜ୍ୟର ୭୬ ପୌରାଞ୍ଚଳରେ ରହିଛି ଆହାର କେନ୍ଦ୍ର। ଜାନୁଆରୀ ୨୬ରୁ ଅବଶିଷ୍ଟ ୩୨ଟି ଆହାର କେନ୍ଦ୍ରରେ ରାତିରେ ଖାଦ୍ୟ ଉପଲବ୍ଧ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦୈନିକ ୧ ଲକ୍ଷ ଲୋକଙ୍କୁ ମିଳିବ ରିହାତିରେ ଖାଦ୍ୟ ।

Comments (0)
Add Comment