ଭାରତ-ଅଷ୍ଟ୍ରେଲିଆ ଆଡିଲେଡ ଟେଷ୍ଟ

ଆଡ଼ିଲେଡରେ ଆଜିଠାରୁ ଆରମ୍ଭ ହୋଇଥିବା ଭାରତ ଅଷ୍ଟ୍ରେଲିଆ କ୍ରିକେଟ ଟେଷ୍ଟ ସିରିଜ୍ ରେ ଭାରତୀୟ ଟିମକୁ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍ ୮୭.୫ ଓଭର ଖେଳି ୯ ୱିକେଟ ହରାଇ ୨୫୦ ରନ୍ ସଂଗ୍ରହ କରିଛି । ଭାରତୀୟ ଟପ୍ ଅର୍ଡ଼ର ବ୍ୟାଟ୍ସମ୍ୟାନ ଜଣକ ପରେ ଜଣେ ପ୍ୟାଭିଲିୟନକୁ ଫେରିବାକୁ ଲାଗିବାରୁ ଭାରତର ବଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ସେପଟେ ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଟେଷ୍ଟ ଖେଳାଳି ଚେତେଶ୍ୱର ପୂଜାରାଙ୍କ ଚତ୍ମକାର ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳ ୨୫୦ ରନକୁ ଛୁଇଁ ପାରିଛି । ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା । ଆଡିଲେଡରେ ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତ ଝୁଣ୍ଟିଥିବା ଦେଖିବାକୁ ମିଳିଛି ।

ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ ଦଳ ଟି-୨୦ ସିରିଜକୁ ୧-୧ ସ୍ଥିତିରେ ଶେଷ କରିଥିଲା । କିନ୍ତୁ ଏବେ ଟେଷ୍ଟ ସିରିଜ୍ ଉପରେ ଉଭୟ ଦଳର ନଜର ଅଟକିଛି । କାରଣ ଅଷ୍ଟ୍ରେଲିଆର ତାରକା ଖେଳାଳିଙ୍କ ଅନୁପସ୍ଥିତିରେ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ବଲ୍ ଟାମ୍ପରିଂ ଘଟଣାରେ ଅଷ୍ଟ୍ରେଲିଆ ଟିମ୍ ଦୁଇ ମୁଖ୍ୟ ବ୍ୟାଟସମ୍ୟାନ୍ ଷ୍ଟିଭେନ୍ ସ୍ମିଥ ଓ ଡାଭିଡ୍ ୱାର୍ଣ୍ଣର ଜାତୀୟ ଦଳରୁ ବାଦ୍ ପଡ଼ିଛନ୍ତି । ଫଳରେ ଅଷ୍ଟ୍ରେଲିଆର ବ୍ୟାଟିଂ ପୂର୍ବପରି ଆଉ ଶକ୍ତିଶାଳୀ ନାହିଁ । ତେବେ ଆରମ୍ଭରୁ ଆଜି ଭାରତକୁ ଶକ୍ତ ଝଟକା ଲାଗିଛି ।

 

Comments (0)
Add Comment