ରଙ୍ଗବତୀ ଧୂନ୍‌ରେ ନାଚିଲେ ବେଲଜିୟମ୍ ଟିମ୍

ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ଆୟୋଜିତ  ହୋଇଥିବା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବେଲଜିୟମ୍ ହକି ଟିମ୍‌ ।

ରଂଗବତୀ ଧୂନ୍‌ରେ ନାଚିଲେ ହକି ଖେଳାଳି । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ଆୟୋଜିତ  ହୋଇଥିବା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବେଲଜିୟମ୍ ହକି ଟିମ୍‌ । ହକି ବିଶ୍ୱ କପ୍‌ ଚାଲିଥିବା ବେଳେ ଫୁରସତ୍‌ ସମୟରେ ଡିଏଭି ସ୍କୁଲରେ ପହଞ୍ଚିଥିଲେ ଟିମ୍‌ । ସେଠାରେ ସେମାନଙ୍କୁ ଦମଦାର ସ୍ୱାଗତ କରାଯାଇଥିଲା ।

ଖେଳାଳିଙ୍କୁ ଅତି ନିକଟରେ ପାଇ ଛାତ୍ରଛାତ୍ରୀ , ଅଧ୍ୟାପକ ଓ ଅଭିଭାବକ ବେଶ ଉତ୍ସାହିତ ଥିଲେ । କେବଳ ନାଚଗୀତ ନୁହେଁ ସ୍କୁଲ ପିଲାଙ୍କ ସହ ହକି ଖେଳିଛନ୍ତି ବେଲଜିଅମ୍‌ ଟିମ୍‌ । ଏହାପରେ ସେଲଫି ଉଠାଇବାକୁ ଭୁଲିନଥିଲେ ଛାତ୍ରଛାତ୍ରୀ ।

ଲଗାତାର ଭାବେ ମ୍ୟାଚ୍‌ ଚାଲୁଥିବାରୁ ମନ ହାଲକା ପାଇଁ ତଥା ମନୋରଞ୍ଜନ ପାଇଁ ଏହା ଏକ ମାଧ୍ୟମ ବୋଲି କହିଛନ୍ତି ହକି ଟିମ୍‌ । ତେଣୁ ପ୍ରତିଦିନ କେଉଁ ନା କେଉଁ ଟିମ୍‌ ଓଡ଼ିଶାର ବିଭିନ୍ନ କଳାକୃତି ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ପରିଦର୍ଶନ କରୁଛନ୍ତି।

Comments (0)
Add Comment