ଭୁବନେଶ୍ୱର ଟୁ ବ୍ୟାଙ୍କକ୍

ରାତି ୧୨ଟା ୨୫ରେ ଭୁବନେଶ୍ୱରରୁ ଉଡି ଭୋର ୪ଟା ୨୫ରେ ବ୍ୟାଙ୍କକ୍ ରେ ପହଞ୍ଚିବ ବିମାନ

ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡିବ ବିମାନ । ଏଥର ଏୟାର ଏସିଆ ଯୋଗାଇବ ଏହି ସେବା । ରାତି ୧୨ଟା ୨୫ରେ ଭୁବନେଶ୍ୱରରୁ ଉଡି ଭୋର ୪ଟା ୨୫ରେ ବ୍ୟାଙ୍କକ୍ ରେ ପହଞ୍ଚିବ ବିମାନ । ସେହିପରି ବ୍ୟାଙ୍କକ୍ ରୁ ରାତି ୧୦ଟା ୩୫ରୁ ବାହାରି ୧୧ଟା ୫୫ରେ ଭୁବନେଶ୍ୱରରେ ପହଞ୍ଚିବ । ଅଢେଇ ଘଣ୍ଟା ଭିତରେ ବ୍ୟାଙ୍କକକରୁ ଭୁବନେଶ୍ୱର ପହଞ୍ଚିହେବ । ୧୮୦ ସିଟ ବିଶିଷ୍ଟ ବିମାନରେ ବ୍ୟାଙ୍କକ୍ ଯାତ୍ରା କରିବେ ବିମାନ ଯାତ୍ରୀ ।

ଗତ କିଛି ଦିନ ପୂର୍ବରୁ ଏୟାର ଇଣ୍ଡିଆ ଏହି ସେବା ଯୋଗାଇଥିବାବେଳେ କୌଣସି କାରଣ ନଦର୍ଶାଇ ହଠାତ ବିମାନ ସେବା ବନ୍ଦ କରିଦେଇଥିଲା । ତେବେ ଆଗକୁ ପୁଣି ଥରେ ଏୟାର ଇଣ୍ଡିଆ ବ୍ୟାଙ୍କକ୍ କୁ ବିମାନ ଉଡାଇବା ସହ ଖୁବ ଶୀଘ୍ର ଭୁବନେଶ୍ୱରରୁ ଦୁବାଇକୁ ବିମାନସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Comments (0)
Add Comment