ଏମିତି ସ୍ୱପ୍ନ ପୁରା କଲେ UAEର ପ୍ରଧାନମନ୍ତ୍ରୀ

UAEର ପ୍ରଧାନମନ୍ତ୍ରୀ ଏବଂ ଗୋଟେ ଝିଅର ଭିଡିଓ ଏବେ ଜୋର ସୋରରେ ଭଇରାଲ ହେବାରେ ଲାଗିଛି । UAEର ପ୍ରଧାନମନ୍ତ୍ରୀ ସେଖ ମହମ୍ମଦ ବିନ ରାସିଦ ଗୋଟେ ଛୋଟ ଝିଅର ସ୍ୱପ୍ନ ପୁରା କରି ଭିଡିଓଲ ସେୟାର କଲେ । ଲୋକେ ଏହି ଭିଡିଓକୁ ଖୁବ ପସନ୍ଦ କରିବା ସହ ସେୟାର କରିବାରେ ଲାଗିଛନ୍ତି । ତେବେ ଘଟଣା ଥିଲା କିଛି ଏମିତି 2 ଡିସେମ୍ବରରେ ଏଠାରେ ଜାତୀୟ ଦିବସ ପାଳନ କରାଯାଏ । ଏହି ଅବସରରେ ଲୋକଙ୍କ ମୋବାଇଲ୍ ଫୋନକୁ 1971 ନମ୍ବରରୁ କଲ୍ ଆସୁଥିଲା ଯେଉଁଥିରେ PMଙ୍କ କଣ୍ଠରେ ଗୋଟେ ପ୍ରି-ରେକର୍ଡେଡ ମେସେଜ ଦିଆଯାଉଥିଲା । ଏହିମଧ୍ୟରେ ପିଏମ ଗୋଟେ ଭିଡିଓ ଦେଖିଲେ ଯେଉଁଥିରେ ଛୋଟ ଝିଅଟି କାନ୍ଦୁଥିବାର ନଜର ଆସିଥିଲା ।

 

ତେବେ ପିଲାଟି କାନ୍ଦିବାର କାରଣ ଥିଲା ପିଏମ ତା ସହ କଥା ନହେବା  । ଭିଡିଓ ଦେଖିଲା ପରେ ପିଏମ ଝିଅଟି ସହ ଭେଟିବାର ଇଚ୍ଛା ପ୍ରକାଶ କରିଥିଲେ । ତେବେ ପରେ ସେ ପିଲାଟି ସହ ଦେଖାକରି କଥା ହୋଇଥିଲେ । ଏହାପରେ ପିଏମ ଏକ ଭିଡିଓ ସେୟାର କରିଥିଲେ ଯାହା ଏବେ ସୋସିଆଲ୍ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

Comments (0)
Add Comment