ରାସ୍ତାରେ ପାଳିଲେ ମାଣବସା ଗୁରୁବାର

ରାସ୍ତା ଉପରେ ଲକ୍ଷ୍ମୀଙ୍କ ପୂଜା । ଭୁବନେଶ୍ୱର ଲୋୟର ପିଏମଜିରେ  ମାଣବସା ଗୁରୁବାର ପାଳିଲେ ମହିଳା ।  ବିଭିନ୍ନ ଦାବି ନେଇ ୧୧ ଦିନ ଧରି ଲୋୟର ପିଏମଜିରେ ଧାରଣାରେ ବସିଥିବା ଅଙ୍ଗନଓ୍ଵାଡି କର୍ମଚାରୀ ଆଜି ଅଭିନବ ଢଙ୍ଗରେ ପାଳିଛନ୍ତି ମାଣବସା ଓଷା । ବ୍ରତରେ ରହି ଆନ୍ଦୋଳନ ଜାରି ରଖିଛନ୍ତି ଅଙ୍ଗନଓ୍ଵାଡି କର୍ମଚାରୀ ।

 

ହୁଳହୁଳିରେ ପ୍ରକମ୍ପିତ ହୋଇଛି ପରିବେଶ । ତା ସାଙ୍ଗକୁ ଧୁପ ଦୀପରେ ଦେବୀ ଲକ୍ଷ୍ମୀଙ୍କୁ ଆବାହନ କରାଯାଉଛି ।  ଓଡିଆ ଘରର ବୋହୂ ଏସବୁ ଭୁଲନ୍ତା ବା କିପରି ।  ଘରେ ଥାଉ ବା ବାହାରେ ମାର୍ଗଶିର ମାସ ଗୁରୁବାରରେ ମାଣବସାଇବାକୁ ଭୁଲେ ନାହିଁ । ବାସ ଏହି ପରମ୍ପରାକୁ ବଜାଏ ରଖିଛି ଓଡିଆ ବୋହୁ ।  କିନ୍ତୁ ଚଳିତ ବର୍ଷ ଏଭଳି ରାସ୍ତା ଉପରେ ମାଣ ବସାଇଛନ୍ତି ଏମାନେ । ବିଭିନ୍ନ ଦାବି ନେଇ ଗତ ୧୧ ଦିନ ଧରି ଲୋୟର ପିଏମଜିରେ ଧାରଣାରେ ବସିଥିବା ଅଙ୍ଗନଓ୍ଵାଡି କର୍ମଚାରୀ ଏଭଳି ରାସ୍ତା ଉପରେହିଁ ପୂଜା କରୁଛନ୍ତି ।

ଘରେ ଥିଲେ ପରିବାର ବର୍ଗଙ୍କ ମେଳରେ ସଭିଏଁ ପାଳିଥାନ୍ତେ ମାଣବସା ଗୁରୁବାର । କିନ୍ତୁ ଆନ୍ଦୋଳନ ଜାରି ରହିବାରୁ ଏଭଳି ରାସ୍ତା ଉପରେ ହିଁ ମାଣ ବସାଇଛନ୍ତି । କିନ୍ତୁ ଘର କଥା ମନେ ପଡିଗଲାବେଳକୁ ଆଖିରୁ  ଲୁହ ଆପେ ଆପେ ଝରିଆସୁଛି । କିନ୍ତୁ ହକ ପାଇଁ ସବୁ ଜଳାଞ୍ଜଳି ଦେବାକୁ ମନସ୍ଥ କରିଛନ୍ତି ଅଙ୍ଗନଓ୍ଵାଡି କର୍ମଚାରୀ । ଅଙ୍ଗନଓ୍ଵାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରିବା ସହ ମାସିକ ବେତନ ୧୮ ହଜାର ଓ ସହାୟିକାଙ୍କୁ ୯ ହଜାର ଟଙ୍କା ପ୍ରଦାନ କରିବାକୁ ଦାବି କରୁଛି ସଂଘ । ଦାବି ପୂରଣ ନହେବା ଯାଏଁ ଏଥର ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଛି ସଂଘ ।

 

 

Comments (0)
Add Comment