ନନ୍ଦିତାଙ୍କୁ ନଥିଲା ନିମନ୍ତ୍ରଣ

ଆଜିଠାରୁ ଭୁବନେଶ୍ୱରରେ କାହାଣୀ ଶୁଣିବାର ମଜା ନେଇପାରିବେ । ଡଟ ଫେଷ୍ଟରେ ଏଭଳି ଏକ ନିଆରା ଆୟୋଜନ କରାଯାଉଛି । ସହରର ବିଭିନ୍ନ ପାର୍କରେ ଷ୍ଟୋରୀ ଟେଲରଙ୍କ ଦ୍ୱାରା କାହାଣୀ ଶୁଣିବାର ମଜା ପାଇବେ । କିନ୍ତୁ ଏହି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ହିଁ ବିବାଦ ମୁଣ୍ଡ ଟେକିଛି ।

କାହାଣୀ ଶୁଣାଇବା ପାଇଁ ଅଭିନେତ୍ରୀ ନନ୍ଦିତା ଦାସ ଓ ଷ୍ଟୋରୀ ଟେଲର ନୀଲେଶ ମିଶ୍ରା ଭୁବନେଶ୍ୱର ଆସିବେ ବୋଲି ପୂର୍ବରୁ ବିଜ୍ଞାପନ ଦିଆଯାଇଥିଲା । କିନ୍ତୁ ହଠାତ ରାତି ଅଧରେ ବଦଳିଗଲା ଏଜେଣ୍ଡା ।  ଏହି ତାଲିକାରେ ଏହି ଦୁଇ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ନା ନାହିଁ । କେବଳ ଏତିକି ନୁହଁ ନୀଲେଶ ମିଶ୍ରା ଓ ନନ୍ଦିତା ଦାସଙ୍କୁ ଏହି କାର୍ଯ୍ୟକ୍ରମକୁ ଆସିବା ପାଇଁ କୌଣସି ନିମନ୍ତ୍ରଣ ନଥିଲା ବୋଲି ସ୍ପଷ୍ଟ ହୋଇଛି ।

ତେବେ ବିନା ଅନୁମତିରେ ଆୟୋଜକ ସଂସ୍ଥା ତାଙ୍କ ନାଁ ଷ୍ଟୋରୀ ଟେଲରଙ୍କ ତାଲିକାରେ କିପରି ବ୍ୟବହାର କଲେ ବୋଲି ଟୁଇଟ କରି ପ୍ରଶ୍ନ କରିଛନ୍ତି ନନ୍ଦିତା ଦାସ । ଓଡିଶାର ଶ୍ରୋତାଙ୍କୁ ମୁଁ ବହୁତ ଭଲପାଏ , ତାଙ୍କୁ ବିଭ୍ରାନ୍ତ କରାନଯାଉ ବୋଲି ନୀଲେଶ କହିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ତାଙ୍କ ସହ କୌଣସି ଆଲୋଚନା ହୋଇନଥିବା ନୀଲେଶ ଟୁଇଟ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଏହି ଦୁଇ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିନା ଅନୁମତିରେ ସେମାନଙ୍କର ନା କୁ ବିଜ୍ଞାପନରେ କିପରି ବ୍ୟବହାର କରାଗଲା ।

 

Comments (0)
Add Comment