ଆତଙ୍କବାଦୀ ଆକ୍ରମଣ ତୁଳନାରେ ରାସ୍ତା ଖାଲରେ ପଡ଼ି ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି: ସୁପ୍ରିମକୋର୍ଟ

ଦେଶରେ ଆତଙ୍କବାଦୀ ଆକ୍ରମଣରେ ଯେତିକି ଲୋକ ମରୁନାହାନ୍ତି ତା’ଠୁ ଅଧିକା ରାସ୍ତାରେ ଥିବା ଖାଲରେ ପଡି ଅଧିକ ଲୋକଙ୍କ ମୃତ୍ୟୁ ହେଉଥିବା ଗୁରୁବାର ସୁପ୍ରିମ୍‌କୋର୍ଟ ସୂଚନା ଦେଇଛନ୍ତି । ୨୦୧୩ ରୁ ୨୦୧୭ ମଧ୍ୟରେ ଦେଶର ୧୪ ହଜାର ୯ଶହ ୨୬ରୁ ଅଧିକ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ୨୦୧୭ ରେ ୩ ହଜାର ୫ ଶହ ୯୭ ଜଣ ଲୋକ ରାସ୍ତାରେ ଥିବା ଖାଲରେ ପଡ଼ି ପ୍ରାଣତ୍ୟାଗ କରିଥିବା ନେଇ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଛି।

ଡ୍ରେନେଜ୍‌ ପ୍ରଣାଳୀ ଭଲ ନ ଥିବାରୁ ଏଭଳି ଘଟଣାରେ ମୃତକଙ୍କ ସଂଖ୍ୟା ପ୍ରତିବର୍ଷ ବଢୁଥିବା ଚିନ୍ତା ଜନକ ବୋଲି ଅଦାଲତ କହିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନେଇ ସୁପ୍ରିମ୍‌କୋର୍ଟ ଗୁରୁତ୍ୱାରୋପ କରିଛନ୍ତି ।

Comments (0)
Add Comment