ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ,ଫ୍ରାନ୍ସରୁ ଭୁବନେଶ୍ୱର ଆସିଛି ମାଆ

ହକି ନିଶା ଆଗରେ ପ୍ରତିବନ୍ଧକ ସାଜି ପାରିନି ବୟସ । ଓଡ଼ିଶା ହକି ବିଶ୍ୱକପ ପାଇଁ ସୁଦୂର ଫ୍ରାନ୍ସରୁ ଛୁଟିଆସିଛନ୍ତି ତିନିଜଣ ବୃଦ୍ଧ ମା। ପଡ଼ିଆରେ ଖେଳୁଥିବା ନିଜ ପୁଅ ଓ ତା’ ଟିମକୁ ଉତ୍ସାହିତ କରିବା ପାଇଁ ଫ୍ରାନ୍ସ ରୁ ଆସିଛନ୍ତି ଭୁବନେଶ୍ୱର। ଏଠାକାର ପରିବେଶ ଓ ଆତିଥ୍ୟ ସେମାନଙ୍କୁ ବେଶ ପସନ୍ଦ ଆସିଥିବା କହିଛନ୍ତି ଏହି ତିନି ମହିଳା। ଆସନ୍ତୁ ଦେଖିବା ନିୟୁଜ ୱାର୍ଲଡ ଓଡ଼ିଶାର ଏହି ବିଶେଷ ରିପୋର୍ଟ ।
କଳିଙ୍ଗ ଷ୍ଟାଡିୟମରେ ପୁଅ ଖେଳୁଛି । ଦେଶକୁ ଜିତାଇବା ପାଇଁ ନିଜ ଟିମ୍‌ ସହ ବିଶ୍ୱକପ୍‌ରେ ସଂଘର୍ଷ କରୁଛି ପୁଅ । ଆଉ ବିଜୟ ପାଇଁ ତା ଟିମ୍‌କୁ ଉତ୍ସାହିତ କରିବାକୁ ସୁଦୂର ଫ୍ରାନ୍‌ସରୁ ଆସିଛି ମାଆ । ଫ୍ରାନ୍‌ସ ଟିମ୍‌ରେ ଖେଳୁଥିବା ୪ଜଣ ଖେଳାଳିଙ୍କ ମାଆମାନେ ଆସି ପହଞ୍ଚିଛନ୍ତି ଭୁବନେଶ୍ୱରରେ । କୋଲିନ ଫର୍ଗୁସଙ୍କ ପୁଅ ବାପଟିଷ୍ଟ ଫର୍ଗୁସ, ଚାର୍ଟଲ ବମଗ୍ରେଟନ୍ ପୁଅ ଗାସପର୍ଡ ଓ ଭେଲୀ ଜେନିଷ୍ଟେଙ୍କ ଦୁଇ ପୁଅ ଟମ ଓ ହୁ୍ୟଗୋ ଏବେ ଫ୍ରାନ୍ସ ଟିମ ନିୟମିତ ସଦସ୍ୟ । ଫ୍ରାନ୍‌ସ ହକି ଟିମ୍‌ରେ ଏହି ୪ଜଣ ହେଉଛନ୍ତି ଦମ୍‌ଦାର ଖେଳାଳି ।
ଏହି ବିଦେଶୀ ମହିଳାମାନେ ଖେଳ ଦେଖିବା ସହ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ତିଆରି ହୋଇଥିବା ଫ୍ୟାନ ଭିଲେଜର ମଜା ଉଠାଇଥିଲେ । ପରିବାର ଲୋକଙ୍କ ସହ ଏଠାକାର ପରିବେଶକୁ ବେଶ ଉପଭୋଗ କରିଥିଲେ । ଏହାସହ ଭୁବନେଶ୍ୱରେ ଖେଳାଯାଉଥିବା ହକି ବିଶ୍ୱକପ ସବୁଠୁ ନିଆରା ଓ ଅବିସ୍ମରଣୀୟ ବୋଲି ସେମାନେ କହିଛନ୍ତି ।
ପରିସ୍ଥିତି ଯାହା ହେଉନା କାହିଁକି ଦୃଢ଼ ଇଛାଶକ୍ତି ଆଗରେ ବାର୍ଦ୍ଧକ୍ୟ ମଧ୍ୟ ହାର ମାନିଥାଏ । ତାହା ପ୍ରମାଣିତ କରି ଦେଖାଇଛନ୍ତି ଫ୍ରାନ୍‌ସରୁ ଆସିଥିବା ଏହି ମହିଳା ଦର୍ଶକମାନେ।

Comments (0)
Add Comment