ମୁମ୍ବାଇ ଫେରିଲେ ପ୍ରିୟଙ୍କା-ନିକ୍‌  

ଡିସେମ୍ୱର ୨ରେ ବିବାହ ଓ ଏହାପରେ ରିସେପସନ୍ ପାର୍ଟି ସାରି ଏବେ ମୁମ୍ବାଇ ଫେରିଛନ୍ତି ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌। ମୁମ୍ବାଇ ଏୟାର ପୋର୍ଟରେ ପହଞ୍ଚିବା ପରେ ଉଭୟେ ତାଙ୍କ ଫ୍ୟାନମାନଙ୍କ ପାଇଁ ଫଟୋ ପୋଜ୍‌ ମଧ୍ୟ ଦେଇଥିଲେ। ମୁମ୍ବାଇ ଫେରିବା ବେଳେ ଏହି ରୋମାଣ୍ଟିକ୍‌ କପୁଲ ଖୁବ୍‌ ସୁନ୍ଦର ଲାଗୁଥିଲେ। ସୂଚନାଯୋଗ୍ୟ, ପ୍ରିୟଙ୍କା ଓ ନିକ୍‌ ଆସନ୍ତା ୧୬ ତାରିଖରେ ମୁମ୍ବାଇରେ ବଲିଉଡ ସେଲିବ୍ରିଟିଙ୍କୁ ଏକ ରିସପେଶନ ପାର୍ଟି ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଡିସେମ୍ୱର ୨୭ରେ ଏମାନେ ହନିମୁନ୍‌ ପାଇଁ ବିଦଶେ ଯିବେ ବୋଲି ଜଣାପଡିଛି।

Comments (0)
Add Comment