ଆଶ୍ରମ ସ୍କୁଲରେ ଛାତ୍ରଙ୍କ ମୃତ୍ୟୁ

୨ତାରିଖରେ ସ୍କୁଲରେ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଥିଲେ ବିକାଶ ।

ସ୍ୱାସ୍ଥ୍ୟଗତ କାରଣ, ଶିକ୍ଷକଙ୍କ ଅବହେଳାରୁ ଆଶ୍ରମ ବିଦ୍ୟାଳୟରେ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ନିଳାଦ୍ରୀପ୍ରସାଦ ଆଶ୍ରମ ସ୍କୁଲରେ । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ବିକାଶ ପ୍ରଧାନ।

ଏହାକୁ ନେଇ ବିଦ୍ୟାଳୟରେ ଅଭିଭାବକ ମାନେ ଗଣ୍ଡଗୋଳ କରିଥିବା ବେଳେ ଗତ ୨ତାରିଖରେ ସ୍କୁଲରେ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଥିଲେ ବିକାଶ । ତେବେ ଡାକ୍ତରଖାନା ନେବା ବାଟରେ ହିଁ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଏହାକୁ ନେଇ ସ୍କୁଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଶ୍ରମ ସ୍କୁଲରେ ରହୁଥିବା ଅନ୍ତେବାସୀ ହଷ୍ଟେଲ ଛାଡୁଥିବା ଦେଖିବାକୁ ମିଳିଛି ।

Comments (0)
Add Comment