ମେସିନ୍ ନେଲା କଅଁଳ ଜୀବନ

ଧାନ ଅମଳ କରୁଥିବା ବେଳେ ଅଘଟଣ । ଅସାବଧାନତା ଲାଗି ମେସିନ୍‌ ରେ ଚାପିହୋଇ ଛୁଆର ମୃତ୍ୟୁ ହୋଇଥିବା ସୂଚନା ମଳିଛି । ଝାରସୁଗୁଡା ବନହରପାଲି ଥାନା ବରଙ୍ଗାମାଲ ଗାଁରେ କୃଷ୍ଣଚନ୍ଦ୍ର ଭୋଇ ଧାନ ଅମଳ କରୁଥିବା ବେଳେ ଏହି ଅଘଣା ଘଟିଛି ।

ବାପା ଧାନ ଅମଳ କରୁଥିବା ସମୟରେ ପାଖରେ ୪ ବର୍ଷର ଛୁଆ ଖେଳୁଥିଲା । ତେବେ ସାମାନ୍ୟ ଅସାବଧାନତା ଯୋଗୁଁ ମେସିନ୍‌ ଭିତରେ ଶିଶୁଟି ପସିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

Comments (0)
Add Comment