ମହଙ୍ଗା ପଡିଲା ଫେସବୁକ ପ୍ରେମ

ମହଙ୍ଗା ପଡିଲା ଫେସବୁକ ପ୍ରେମ । ଝାରସୁଗୁଡା ଜଣେ ଯୁବକ ଫେସବୁକରେ ଯୁବତୀ କୁ ନିଜର ମିଛ ପ୍ରେମ ଜାଲରେ ଫସଉଥିବାର ଅଭିଯୋଗ ହୋଇଛି । ଏହି ଘଟଣାରେ ଯୁବତୀ ଜଣକ ଉକ୍ତ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ ଆଣିଛନ୍ତି । ଇମାନଙ୍କର ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ଝାରସୁଗୁଡା ଜିଲ୍ଲାର ବନହର ପାଲି ଥାନା ବନ୍ଦବାହାଲ ଅଞ୍ଚଳର ବୋଲି ଜଣାପଡିଛି । ସେ ରାୟପୁରରେ ଗୋଟେ ଘରୋଇ କମ୍ପାନୀରେ ସୁରକ୍ଷାକର୍ମୀ ହିସାବରେ କାମ କରୁଥିବାର ସୂଚନା ରହିଛି । ତେବେ ଏ ଯୁବକ ଯୁବତୀ ସହ ପ୍ରେମ ସମ୍ପର୍କ ରଖିବା ସହିତ ସେମାନଙ୍କ ଅଶ୍ଲୀଳ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାର ଅଭିଯୋଗ ହୋଇଛି ।

Comments (0)
Add Comment