ବିଜାତଳାରେ ବିଜେଡ଼ି ମାରିଲା ବାଜି

ଯେଉଁ ଆସନରେ ବିଜେଡି ତୃତୀୟ ସ୍ଥାନରେ ଥିଲା, ସେଠି ବିଜେପି ଏବଂ ଜେଏମଏମକୁ ପଛରେ ପକାଇ ବିଜାତଳାରେ ବିପୁଳ ଭୋଟ୍ ରେ ବିଜୟୀ ହାସଲ କରିଛି ବିଜେଡି..

ବିଜାତଳାରେ ଶୁଭିଲା ଶଙ୍ଖନାଦ। ବିଜେପି ଗଡ଼ରେ ବାଜି ମାରିଲା ବିଜୁ ଜନତା ଦଳ। ଯେଉଁ ଆସନରେ ବିଜେଡି ତୃତୀୟ ସ୍ଥାନରେ ଥିଲା, ସେଠି ବିଜେପି ଏବଂ ଜେଏମଏମକୁ ପଛରେ ପକାଇ ବିଜାତଳାରେ ବିପୁଳ ଭୋଟ୍ ରେ ବିଜୟୀ ହାସଲ କରିଛି ବିଜେଡି । ତେବେ ବିଜାତଳାର ଏହି ଛୋଟ ନିର୍ବାଚନ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ପ୍ରଭାବ ଆଣିବାକୁ ଯାଉଛି ।

ବିଜାତଳା ଜିଲ୍ଲା ପରିଷଦ ଜୋନ୍ ନଂ- ୩୨ ଆସନ ପାଇଁ ଅନୁଷ୍ଠିତ ଭୋଟରେ ବିଜେଡି ଦଳ ପାର୍ଥୀ ରଘୁନାଥ ମାଝି ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପାର୍ଥୀଙ୍କୁ ୪୨୧୨ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ସୂଚନା ଯୋଗ୍ୟକି, ସ୍ୱାଧୀନତା ପରଠାରୁ ବିଜାତଳା ଜିଲ୍ଲା ପରିଷଦ ଜୋନ୍-୩୨ ଆସନଟି କେବେବି ତତ୍କାଳୀନ ଜନତା ଦଳ ଓ ବର୍ତ୍ତମାନର ବିଜୁ ଜନତା ଦଳ ଜିତିପାରିନଥିଲେ । ପ୍ରଥମଥର ବିଜୁ ଜନତା ଦଳ ବିପୁଳ ବିଜୟ ହାସଲ କରିଛି । ଏହି ଆସନଟି ଗତ ୨ଟି ନିର୍ବାଚନରେ ବିଜେପି ଓ ଜେଏମଏମ କବଜାରେ ରହିଥିଲା । କିନ୍ତୁ ଏଥର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପ୍ରମାଣ କରିଛି ଯେ, ବିଜେଡି ସହିତ ବିଜେପି କିମ୍ବା ଅନ୍ୟ ଦଳଗୁଡିକ ଆଗାମୀ ବିଧାନସଭା ନିର୍ବାଚନ ଦୃଷ୍ଟିକୋଣରୁ ଆଦୌ ତୁଳନୀୟ ନୁହନ୍ତି ।

Comments (0)
Add Comment