ମଞ୍ଚରେ ଭାଷଣ ଦେଉଥିବା ସମୟରେ ହଠାତ୍ ଅଚେତ୍ ହୋଇପଡିଲେ କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡ଼କରୀ । ମହାରାଷ୍ଟ୍ର ଅହମ୍ମଦ୍ନଗରଠାରେ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା କେନ୍ଦ୍ରୀୟ ମନ୍ତ୍ରୀ ନିତୀନ ଗଡ଼କରୀ ହଠାତ୍ ଅଚେତ୍ ହୋଇ ପଡ଼ିଥିଲେ ।
ପଡ଼ିଯିବା ସମୟରେ ମଞ୍ଚରେ ଉପସ୍ଥିତ ଥିବା ମହାରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓ ତାଙ୍କୁ ଧରିପକାଇ ଥିଲେ। ପରେ ନିତୀନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିରଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ମହାତ୍ମା ଫୁଲେ କୃଷି ବିଦ୍ୟାପୀଠର ଦିକ୍ଷାନ୍ତ ସମାରୋହରେ ନିତୀନ ଯୋଗ ଦେଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା ।