କୃଷି ଭବନରେ ଚାଷୀ ପରାମର୍ଶ ସମ୍ମିଳନୀ

କୃଷି ଓ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଆଜି ଅପରାହ୍ନରେ କୃଷି ଭବନରେ ଚାଷୀ ପରାମର୍ଶ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ କୃଷକ ସଂଗଠନର ନେତା ଯୋଗଦେବେ। କୃଷି ଓ କୃଷକଙ୍କର ବିକାଶ ପାଇଁ କଣ କଣ କରାଯିବ ସେ ସଂପର୍କରେ ମନ୍ତ୍ରୀସ୍ତରୀୟ କମିଟିକୁ ପରାମର୍ଶ ଦେବେ ବିଭିନ୍ନ ସଂଗଠନର ନେତା। ସେମାନଙ୍କର ପରାମର୍ଶ ଆଧାରରେ ନିଶ୍ପତ୍ତି ନେବେ ସରକାର। ତେବେ ପ୍ରାଇସ, ପ୍ରେଷ୍ଟିଜ୍‌ ଓ ପେନସନ ଉପରେ ବିସ୍ତୁତ ଭାବେ ଆଲୋଚନା ହେବ। ଗତ କିଛିଦିନ ତଳେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରଥମ ମନ୍ତ୍ରୀସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କୃଷି ଓ ଯୋଗାଣ ବିଭାଗର ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।…

Comments (0)
Add Comment