ରେଭେନ୍ସାରେ ଅଗ୍ନିକାଣ୍ଡ

ରେଭେନ୍ସା ବିଶ୍ୱବିଦ୍ୟାଳୟ ରସାୟନ ବିଭାଗର ଲାବ୍ରୋଟେରି ରୁମ୍ ରେ ଅଗ୍ନିକାଣ୍ଡ ଘଟିଛି

ରେଭେନ୍ସା ବିଶ୍ୱବିଦ୍ୟାଳୟ ରସାୟନ ବିଭାଗର ଲାବ୍ରୋଟେରି ରୁମ୍ ରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଅନେକ ମୂଲ୍ୟବାନ ସାମଗ୍ରୀ ନଷ୍ଟ ମଧ୍ୟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି ।

ସୂଚନା ଅନୁଯାୟୀ, ଏହି ଲାବ୍ରୋଟାରୀ ରୁମ୍ ରେ ସକାଳୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନେ ପ୍ରାକ୍ଟିକାଲ୍ କ୍ଲାସ୍ କରୁଥିଲେ । ପ୍ରାକ୍ଟିକାଲ୍  ପାଇଁ ଛାତ୍ରଛାତ୍ରୀ ମାନେ କୋଇଲାରେ ନିଆଁ ଲଗାଇ ଗବେଷଣା କରୁଥିଲେ । ଏହାର ବ୍ୟବହାର ପରେ କୋଇଲାକୁ ଡ଼ଷ୍ଟବିନ୍ ରେ ମଧ୍ୟ ପକାଇଥିଲେ । ତେବେ କୋଇଲାରେ ନିଆଁ ଥିବାରୁ ଏହା କିଛି ସମୟ ପରେ ଜଳି ଚାରିଆଡେ ବ୍ୟାପିଯାଇଥିଲା । ନିଆଁ ବ୍ୟାପିବାର ଦେଖି ଉପସ୍ଥିତ ଥିବା ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ  ।

ଅଗ୍ନିଶମ ବିଭାଗ ଠିକ୍ ସମୟରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି ।

Comments (0)
Add Comment