ଉଡ଼ି ଉଡ଼ି ଆସିବ ଖାଦ୍ୟ

ଘରେ ବସି ଅନଲାଇନ ଖାଦ୍ୟ ଅଡ଼ର୍ କରିବା ଏବେ ପ୍ରାୟ ସାଧାରଣ ହୋଇପଡ଼ିଲାଣି, ହୋମ ଡେଲିଭରି ବୟ ଆସି  ଘରେ ଖାଦ୍ୟ ମଧ୍ୟ ଦେଇଯାଉଛନ୍ତି । କିନ୍ତୁ ଥରେ ଭାବିଲେ ଏବେ ଯଦି ଖାଦ୍ୟ ଉଡ଼ି ଉଡ଼ି ଆସି ଆପଣଙ୍କ ପାଖକୁ ଆସିବ । ଆଜ୍ଞା ହଁ, ଏବେ ଘରେ ବସି ଖାଦ୍ୟ ଅଡ଼ର୍ କଲେ ଡ୍ରୋନ୍‌ ଦ୍ୱାରା ଖାଦ୍ୟ ଆସି ପହଞ୍ଚିବ । ଏନେଇ ଏକ ଘରୋଇ କମ୍ପାନୀ ପଦକ୍ଷେପ ନେଇଛନ୍ତି ।

ଜୋମାଟୋ ନାମକ ଏକ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କମ୍ପାନୀ ଡ୍ରୋନ୍‌ ଯୋଗେ ଖାଦ୍ୟ ଘରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ କିରିଛି ଯୋଜନା । ଏନେଇ କମ୍ପାନୀ ପକ୍ଷରୁ ଟେକେଇଗଲ୍ ଇନୋଭେସନ ସହିତ ଚୁକ୍ତି ହୋଇଛି । ଟେକେଇଗଲ୍ ଇନୋଭେସନ ଉତ୍ତରପ୍ରଦେଶର ଲକ୍ଷ୍ନୌରେ କାର୍ଯ୍ୟ କରୁଥିବା ଏକ ଷ୍ଟାଟ୍‌ଅପ୍‌ । ଦୁଇ କମ୍ପାନୀଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନ୍ତର୍ଗତ  ଗ୍ରାହକଙ୍କୁ ଡ୍ରୋନ୍‌  ଦ୍ୱାରା ଖାଦ୍ୟ ଅର୍ଡର କରିବାର ଏକ ଘଣ୍ଟା ମଧ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି । ଜୋମାଟୋ ଦେଶର ଏକ ଶହରୁ ଅଧିକ ସହରରେ ଖାଦ୍ୟ ଯୋଗାଣ କାର୍ଯ୍ୟ ଜାରି ରଖିଥିବାବେଳେ ଏହା ୭୫ ହଜାରରୁ ଅଧିକ ରେଷ୍ଟୁରାଣ୍ଟ୍‌ ସହିତ କାରବାର କରିଥାଏ ।

Comments (0)
Add Comment