ଟିକିଏ ବିଳମ୍ୱ ପାଇଁ ଗ୍ରାହକ ଦୋକାନୀକୁ ଫିଙ୍ଗିଲେ ଗରମ ତେଲ

ପ୍ରତିଦିନ ପରି ଆଜି ବି ଦୋକାନରେ ଗହଳି ଚହଳି ଥିଲା। ଗ୍ରାହକଙ୍କ ଅର୍ଡର ପୂରା କରିବାରେ ବ୍ୟସ୍ତ ଥା’ନ୍ତି ଦୋକାନୀ। ଏହି ସମୟରେ ଜଣେ ଗ୍ରାହକଙ୍କୁ ଚାହା ଦେବାରେ ବିଳମ୍ୱ ହୋଇ ଥିଲା । ବାସ୍‌ ଏତିକିରେ ରାଗିଯାଇଥିଲେ ଗ୍ରାହକ। ରାଗରେ ନିଜର ହିତାହିତ ଜ୍ଞାନ ହରାଇ ରଚିଥିଲେ ତୁମୁଳ କାଣ୍ଡ। ଆଉ କଡ଼େଇରେ ଥିବା ଗରମ ତଲେକୁ ଦୋକାନୀଙ୍କ ଉପରେ ଫିଙ୍ଗି ଦେଲେ। ଏପରି ଘଟଣା ଘଟିଛି ନୟାଗଡ଼ ଜିଲ୍ଲାର ବକଳବନ୍ଧ ଗାଁରେ। ଗୁରତର ଅବସ୍ଥାରେ ଦୋକାନୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି।
ଅଭିଯୋଗ ଅନୁସାରେ, ବକଳବନ୍ଧ ଗାଁର କୃଷ୍ଣ ଚନ୍ଦ୍ର ସାହୁ ଏକ ଛୋଟିଆ ଜଳଖିଆ ଦୋକାନ କରି ନିଜର ଗୁଜୁରାଣ ମଣ୍ଟାନ୍ତି। ଆଜି ସକାଳେ ପାଖ ଗାଁର ଯୁଗଳ ବରାଦ ନାମକ ବ୍ୟକ୍ତି ଚାହା ପିଇବା ପାଇଁ ତାଙ୍କ ଦୋକାନକୁ ଆସିଥିଲେ। ଦୋକାନରେ ଗହଳି ଥିବାରୁ ତାଙ୍କୁ ଚାହା ଦେବାରେ କୃଷ୍ଣ ଟିକେ ବିଳମ୍ବ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କ ସହ ଝଗଡ଼ା କରିଥିଲେ ଓ ତା’ସହିତ ଦୋକାନରେ ଭଙ୍ଗାରୁଜା କରିଥିଲେ। ଏଥିକିରେ ତାଙ୍କ ରାଗ ଶାନ୍ତ ହୋଇ ନଥିଲା ଯେ ନିକଟରେ ଥିବା କଡ଼େଇ ଉଠାଇ ସେଥିରେ ଥିବା ଗରମ ତେଳକୁ କୃଷ୍ଣଙ୍କ ଉପରକୁ ଫୋପାଡ଼ି ଦେଇଥିଲେ।
ପରିବାର ଲୋକେ କୃଷ୍ଣଙ୍କୁ ଉଦ୍ଧାର କରି ନୟାଗଡ଼ ଡାକ୍ତରଖାନାରେ ର୍ଭତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କ ଶରୀରର ୪୫ ଭାଗ ପୋଡ଼ି ଯାଇଥିବା ଡାକ୍ତର କହିଛନ୍ତି।

Comments (0)
Add Comment