ପିକ୍‌ନିକ୍‌ ସ୍ପଟରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

କେନ୍ଦୁଝର ଜିଲ୍ଲା ଘଟଗାଁ ବଣ ଚକୁଳିଆରେ ଥିବା ଗୁଣ୍ଡିଚାଘାଇ ଜଳ ପ୍ରପାତରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ ।

ଆସିଲାଣି ପିକନିକ୍‌ ଋତୁ । ଆଉ ବିଭିନ୍ନ ପିକ୍‌ନିକ୍‌ ସ୍ପଟରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବଣ ଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ । କେନ୍ଦୁଝର ଜିଲ୍ଲା ଘଟଗାଁ ବଣ ଚକୁଳିଆରେ ଥିବା ଗୁଣ୍ଡିଚାଘାଇ ଜଳ ପ୍ରପାତରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ ।

ଶୀତର ଆଗମନରେ ବିଭିନ୍ନ ପିକ୍‌ନିକ୍‌ ସ୍ପଟରେ ଜମୁଛି ବଣ ଭୋଜିର ଆସର । ପର୍ଯ୍ୟଟନ ସ୍ଥଳୀର ମନୋଲୋଭା ଦୃଶ୍ୟ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି ପର୍ଯ୍ୟଟକ । ଓଡ଼ିଶା ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଘଟଗାଁ ବଣ ଚକୁଳିଆରେ ଥିବା ଗୁଣ୍ଡିଚାଘାଇ ଜଳ ପ୍ରପାତରେ ବି ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ବଣ ପାହାଡ଼ ଦେଇ ଅଙ୍କା ବଙ୍କା ପଥର ଶଯ୍ୟାରେ ବୋହି ଆସୁଥିବା ମୂଷଳ ନଦୀ ଏଠାରେ ୫୦ ଫୁଟ ତଳକୁ ଖସିଛି । ପଥର ଶଯ୍ୟାରେ ୩ ଧାର ହୋଇ ଭୂପୃଷ୍ଟରେ ପଡ଼ିଥିବାବେଳେ ଗୁଣ୍ଡିଚି ମୂଷା ପିଠି ସଦୃଶ ଦେଖାଯାଉଥିବାରୁ ଏହାର ନାଁ ଗୁଣ୍ଡୁଚିଘାଇ ରଖାଯାଇଛି । ସବୁଜ ବନାନି ମଧ୍ୟରେ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବଣ ଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ ।

ଗୁଣ୍ଡିଚାଘାଇ ଜଳ ପ୍ରପାତ ନିକଟରେ ବଣ ଭୋଜି ସହ ବିଶ୍ରାମ ନେବା ପାଇଁ ବ୍ୟବସ୍ଥା ରହିଛି । ପର୍ଯ୍ୟଟକଙ୍କୁ ଆଖିରେ ରଖି ଜଳ ପ୍ରପାତକୁ ଯିବା ପାଇଁ ଭଲ ରାସ୍ତା ହେବା ସହ ସମସ୍ତ ବ୍ୟବସ୍ଥା କରାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ହୋଇଥିବାବେଳେ ଏଠାରୁ ଜଳ ପ୍ରପାତର ମନଲୋଭା ଦୃଶ୍ୟ ଉପଭୋଗ କରି ହେବ ।

ଜଳ ପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ସହ ୧୨ କିମି ଦୂରରେ ଥିବା ଘଟଗାଁ ମା ତାରିଣୀଙ୍କ ଦର୍ଶନ କରିଛନ୍ତି ପର୍ଯ୍ୟଟକ ।

Comments (0)
Add Comment