ହକି ଗ୍ରାଉଣ୍ଡରେ ନହେଁ, ମନ୍ଦିର ଭିତରେ ହକି ଖେଳାଳି

ଏକାମ୍ରକ୍ଷେତ୍ରରେ ନ୍ୟୁଜଲାଣ୍ଡ ହକି ଟିମ। ଭୁବନେଶ୍ୱରର ରାଜାରାଣୀ ଓ ମୁକ୍ତେଶ୍ୱର ମନ୍ଦିର ବୁଲି ଦେଖିଲେ । ମନ୍ଦିରର ସୌନ୍ଦର୍ଯ୍ୟ ଓ କାରୁ କାର୍ଯ୍ୟକୁ ପ୍ରଂଶସା କରିବା ସହ ମରିଚି କୁଣ୍ଡର ମହତ୍ୱ ବୁଝିଲେ ନୁଜଲାଣ୍ଡ ଟିମ୍‌ । ସେପଟେ ଶୁକ୍ରବାର ଥିବାରୁ ମସଜିଦରେ ନମାଜ ପାଠ କରିଥିଲେ ପାକିସ୍ତାନ ହକି ଖେଳାଳି ।
ହକି ଗ୍ରାଉଣ୍ଡରେ ନହେଁ, ମନ୍ଦିର ଭିତରେ ହକି ଖେଳାଳି। ସ୍ପୋଟି ଲୁକରେ ଥିଲେ,କିନ୍ତୁ ମନ ଥିଲା ବାବାଙ୍କ ପାଖରେ। ବିଦେଶୀ ହୋଇ ଥିଲେ ବି ଭାରତୀୟ ପରମ୍ପରାକୁ ଭୁଲି ନଥିଲେ । ଖାଲି ପାଦରେ ମନ୍ଦିର ବୁଲିଲେ, ବାବା ମୁକ୍ତେଶ୍ୱରଙ୍କୁ ଦର୍ଶନ କଲେ । ରାଜାରାଣୀ ଓ ମୁକ୍ତେଶ୍ୱର ମନ୍ଦିର ବୁଲି ହଜାର ବର୍ଷର ଐତିହ୍ୟ ଓ କାରୁକାର୍ଯ୍ୟକୁ ଦେଖି ଭୁରି ଭୁରି ପ୍ରଂଶାସ କଲେ। ଟିମ ନ୍ୟୁଜିଲାଣ୍ଡକୁ ମରିଚ କୁଣ୍ଡର ମହତ୍ୱ ବୁଝାଇଥିଲେ ସେବାୟତ। ମୁକ୍ତେଶ୍ୱର ମନ୍ଦିର ଭ୍ରମଣ ପରେ ଖେଳାଳିଙ୍କ ସହ ସେଲ୍ଫି ନେଇଥିଲେ ସେବାୟତ।
ମୁକ୍ତେଶ୍ୱର ମନ୍ଦିର ଭ୍ରମଣ ପରେ ରାଜାରାଣୀ ମନ୍ଦିରରେ ପହଞ୍ଚିଥିଲେ ନ୍ୟୁଜଲାଣ୍ଡ ଟିମ । ରାଜରାଣୀ ମନ୍ଦିରର ସ୍ଥାପତ୍ୟ ଦେଖି ବିମୋହିତ ହୋଇଥିଲେ ପୁରା ଟିମ। ରାଜାରାଣୀ ମନ୍ଦିର ଭିତରର ଦୃଶ୍ୟ ଥିଲା ଟିକେ ନିଆରା। ମନ୍ଦିର ଭିତରେ ଖେଳାଳି ସାଜିଥଲେ ଭିଡିଓ ଜର୍ଣ୍ଣାଲିଷ୍ଟ। କ୍ୟାମେରା ଅପରେଟିଂ ଜଣା ନଥିଲେ ବି ଚିତ୍ର ଉତ୍ତୋଳନ କରିବାରେ ଥିଲେ ମାହିର। ମନ୍ଦିରର ଚାରିପଟକୁ ସୁଟିଂ କରିଥିଲେ। ଶେଷରେ ନିଜ ସାଥି ଖେଳାଳିଙ୍କୁ କ୍ୟାମେରାରେ ମନ୍ଦିର ବିଷୟରେ ପଚାରି ପ୍ରତିକ୍ରିୟା ନେଇଥିଲେ । ଆଉ ଏ ସବୁର ଦୃଶ୍ୟକୁ କଏଦ କରିଥିଲା ନ୍ୟୁଜ ୱାର୍ଲଡ ଓଡିଶା।

Comments (0)
Add Comment