ପାକିସ୍ତାନ ଖେଳାଳୀକୁ ସସପେଣ୍ଡ

ପାକିସ୍ତାନ୍‌ ହକି ଖେଳାଳି ଅମଦ୍‌ ବଟ୍‌ ସସପେଣ୍ଡ। ମ୍ୟାଲେସିଆ ବିପକ୍ଷ ମ୍ୟାଚ୍‌ରେ ଅଣ ଖେଳୁଆଡ଼ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଗୋଟେ ମ୍ୟାଚ୍‌ ପାଇଁ ସସପେଣ୍ଡ କରାଯାଇଛି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ର ୪୦ ମିନିଟ୍‌ରେ ଅମଦ୍‌ ବଟ୍‌ଙ୍କ ହକି ଟର୍ଫରେ ନନ୍‌ ପ୍ରଫେସନାଲ୍‌ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା। ଏହାପରେ FIHର ଏକ କମିଟି ଭିଡିଓ ଆନାଲିସିସ୍‌ କରି ଅମଦ୍‌ଙ୍କୁ ସସପେଣ୍ଡ କରିବା ନିଷ୍ପତ୍ତି ନେଇଥିଲେ। ଆସନ୍ତା ୯ତାରିଖ ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଅମଦ ବଟ୍‌ଙ୍କୁ ଦେଖିବାକୁ ମିଳିବ ନାହିଁ।

Comments (0)
Add Comment