ଯେତିକି ଛୋଟ ସ୍କଟ୍ ସେତିକି ଅଧିକ ରିହାତି

ଛୋଟ ସ୍କଟ୍‌ ପିନ୍ଧିଥିବା ମହିଳାଙ୍କୁ ହୋଟେଲରେ ମାଗଣା ଖାଇବା ପିଇବାକୁ ଯୋଗାଇ ଦିଆଯାଇଥାଏ । ଯେତେ ଛୋଟ ସ୍କଟ୍ ସେତିକି ଅଧିକା ରହାତି  ।

ଯେତିକି ଛୋଟ ସ୍କଟ୍ ସେତିକି ଅଧିକା ରିହାତି ।  ଚାଇନାର ଜେନାନ ପ୍ରଦେଶରେ ଥିବା ହୋଟେଲଗୁଡ଼ିକରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବର୍ଷସାରା ବିଭିନ୍ନ  ନିଆରା ଅଫର ଜାରି କରାଯାଇଥାଏ । ତେବେ ସେ ଅଫର ମାନଙ୍କ ମଧ୍ୟରେ ଅଛି ଏକ ନଆରା ଅଫର ।  ଏହି ଅଫର ଅନ୍ତର୍ଗତ ହୋଟେଲକୁ ଆସୁଥିବା ମହିଳାଙ୍କ ସ୍କଟ୍‌ ମାପ ନିଆଯାଇଥାଏ । ଛୋଟ ସ୍କଟ୍‌ ପିନ୍ଧିଥିବା ମହିଳାଙ୍କୁ ହୋଟେଲରେ ମାଗଣା ଖାଇବା ପିଇବାକୁ ଯୋଗାଇ ଦିଆଯାଇଥାଏ । ଯେତେ ଛୋଟ ସ୍କଟ୍ ସେତିକି ଅଧିକା ରହାତି  ।

ସ୍କଟ୍‌ର ଲମ୍ବ ୧୨ ଇଞ୍ଚ ହେଲେ ୯୦ ପ୍ରତିଶତ ରିହାତି ପ୍ରଦାନ କରାଯାଇଥାଏ । ସେହିପରି ଏହାଠାରୁ ଛୋଟ ସ୍କଟ୍‌ ହେଲେ ମହିଳାଙ୍କଠାରୁ କୌଣସି ଦେୟ ଦେବାକୁ ପଡିନଥାଏ । ହୋଟେଲରେ ଏଭଳି ନିଆରା ଅଫର ପାଇଁ ଅନେକ ଗ୍ରାହକ ଏହାପ୍ରତି ଆକୃଷ୍ଟ ହୋଇ ଆସିଥାନ୍ତି । ଫଳରେ କାରବାର ବେଶ୍‌ ଭଲ ହୋଇଥାଏ । ବର୍ଷର ଅନେକ ସମୟରେ ଏଭଳି ଅଫର ଗ୍ରାହକଙ୍କୁ ପ୍ରଦାନ କରାଯାଇଥାଏ । ତେବେ ମହିଳାଙ୍କ ସହିତ ଆସୁଥିବା ଅନ୍ୟ ସଦସ୍ୟଙ୍କଠାରୁ ଦେୟ ନିଆଯାଇଥାଏ ।

Comments (0)
Add Comment