ଗଡିଲା ନୂଆ ଟ୍ରେନ୍ : ଦକ୍ଷିଣ ଭାରତର ରାମେଶ୍ୱରମ୍‌ ଓ ମଦୁରାଇ ଅଭିମୁଖେ ଯାତ୍ରା କରିବା ହେବ ସହଜ

 

ରାଜ୍ୟ ସରକାରଙ୍କ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନାର ନବମ ଟ୍ରେନ୍‌ ଆଜି ସମ୍ବଲପୁରରୁ ଶୁଭାରମ୍ଭ ହେବ। ଦକ୍ଷିଣ ଭାରତର ରାମେଶ୍ୱରମ୍‌ ଓ ମଦୁରାଇ ଅଭିମୁଖେ ଯାତ୍ରା କରିବ ଏହି ଟ୍ରେନ୍‌। ସଚିବାଳୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିବେ।

ସେପଟେ ସମ୍ବଲପୁରରେ ଯାତ୍ରୀଙ୍କୁ ଶୁଭ ବିଦାୟ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରୁଥିବା ବେଳେ ସେମାନଙ୍କୁ ଦିବ୍ୟ ଅନୁଭବ ଦେବାର ପ୍ରୟାସ କରାଯାଇଛି।

Comments (0)
Add Comment