ଫାଇନାଲରେ ବେଲଜିୟମ୍

ଇଂଲଣ୍ଡକୁ ୬-୦ ଗୋଲରେ ହରାଇ ଫାଇନାଲକୁ ଗଲା ବେଲଜିୟମ

 

ହକି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚରେ ବେଲଜିୟମ ୬-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିବା ବେଲଜିୟମ୍‌ ପ୍ରଥମ କ୍ୱାର୍ଟରରେ ଗୋଟିଏ ଗୋଲ ଦେଇଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ପୁଣି ଏକ ଗୋଲ ଦେଇ ଥିଲା। ବେଲଜିୟମ୍‌ର ଖେଳାଳିମାନେ ୩ୟ କ୍ୱାର୍ଟର ବେଳକୁ ଆହୁରି ଆକ୍ରମଣାତ୍ମକ ହୋଇ ଯାଇଥିଲେ। ତୃତୀୟ କ୍ୱାର୍ଟରରେ ପୁଣି ୨ଟି ଗୋଲ ଦେଇ ମ୍ୟାଚକୁ ୪-୦ରେ ଆଗୁଆ ରଖିଥିଲେ। ଶେଷରେ ଇଂଲଣ୍ଡକୁ ୬-୦ ଗୋଲରେ ପରାସ୍ତ କରି ହକି ବିଶ୍ୱକପ୍‌ର ଫାଇନାଲରେ ପହଞ୍ଚିଛି। କଳିଙ୍ଗ ହକି ଗ୍ରାଉଣ୍ଡରେ ବେଲଜିୟମ୍‌ ଠାରୁ ୬-୦ ଗୋଲରେ ପରାସ୍ତ ହେବା ପରେ ମଧ୍ୟ ଇଂଲଣ୍ଡର ବିଶ୍ୱକପ୍‌ ଅଭିଯାନ ଶେଷ ହୋଇ ନାହିଁ। ଇଂଲଣ୍ଡ ରବିବାର ଫାଇନାଲ ମ୍ୟାଚ ପୂର୍ବରୁ ଅପରାହ୍ନ ୪ଟାରେ ୩ୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆ ଏବଂ ନେଦେରଲାଣ୍ଡସ୍‌ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚର ପରାଜିତ ଟିମ୍‌କୁ ମୁକାବିଲା କରିବ। ଆସନ୍ତା କାଲି ପୁରୁଷ ହକି ମହାକୁମ୍ଭର ଫାଇନାଲ ଥିବାରୁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

Comments (0)
Add Comment