ବିଶ୍ବ ଦେଖିଲା କଳିଙ୍ଗ କୀର୍ତ୍ତି

ବିଶ୍ବକପ ପରେ ଆଉ ଏକ ସୁଯୋଗ ପାଇଲା କଳିଙ୍ଗ, ଆୟୋଜିତ ହେବ ଅଲିମ୍ପିକ୍ସ କ୍ବାଲିଫାୟର

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା  । କଳିଙ୍ଗରେ କୋଡ଼ିଏ ଦିନ ହେବ ଚାଲିଥିବା କାହାଣୀ ଇତିହାସ ପାଲଟିଲା  । ପନ୍ଦରଟି ଦଳକୁ ପଛରେ ପକାଇ ବିଶ୍ବ ବିଜେତା ହେଲା ବେଲଜିୟମ  । ବ୍ଲୁ ଟର୍ଫରେ ନେଦରଲ୍ୟାଣ୍ଡକୁ ନାକେଦମ କରି ବାଜି ଜିତିଲା ନାଲିବାହିନୀ  । ପେନାଲଟି ସୁଟ୍ ଆଉଟରେ ନେଦରଲ୍ୟାଣ୍ଡକୁ ହରାଇ ବାଜିମାତ କଲା ବେଲଜିୟମ  । ଫାଇନାଲ ଫାଇଟରେ ନେଦରଲ୍ୟାଣ୍ଡକୁ ମାତ୍ ଦେଇ ଇତିହାସ ରଚିଲା ବେଲଜିୟମ  । ପ୍ରଥମ କ୍ବାର୍ଟରରେ ଉଭୟ ଦଳ କେହି କାହାକୁ ଗୋଲ ଦେଇପାରି ନଥିବା ବେଳେ ପରେ ପରେ ପେନାଲଟି ସୁଟ ଆଉଟରେ ବେଲଜିୟମ ୩-୨ ଗୋଲରେ ନେଦରଲ୍ୟାଣ୍ଡକୁ ପରାସ୍ତ କଲା  ।

 

ତେବେ ସାର ବିଶ୍ବକୁ ନିଜ ହାର୍ଟରେ ରଖିଥିବା ଓଡ଼ିଶା, ବିଶ୍ବକପ ପାଇଁ କ୍ରୀଡ଼ା ଇତିହାତରେ ନିଜର ନାମକୁ ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ କଲା  । ମନ୍ଦିର ନଗରୀ ଭାବେ ପରିଚିତ ଭୁବନେଶ୍ବର ଏବେ ଠାରୁ କ୍ରୀଡ଼ା ନଗରୀ ଭାବେ ପରିଚିତ ହେଲା  । ନିଜର ଭବ୍ୟ ଆୟୋଜନ ପାଇଁ ବିଶ୍ବବିଦିତ ହେଲା ଓଡ଼ିଶା  । ତେବେ ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ପାଇଁ ରାଜ୍ୟ ସରକାର ଓ କ୍ରୀଡ଼ା ବିଭାଗକୁ ଭୂୟସି ପ୍ରଶଂସା କରାଯାଇଛି  ।

 

ଏତିକିରେ ସରି ଯାଇନି କଳିଙ୍ଗର କାହାଣୀ  । ବିଶ୍ବକପର ସଫଳତା ପାଇଁ କଳିଙ୍ଗକୁ ଆଉ ଏକ ସୁଯୋଗ ମିଳିଛି  । ଶାନ୍ତିଶୃଙ୍ଖଳାରେ ବିଶ୍ବକପ୍ ଆୟୋଜିତ ହୋଇଥିବାରୁ ଆସନ୍ତା ୨୦୧୯ରେ କଳିଙ୍ଗରେ ହେବ ଅଲିମ୍ପିକ୍ସ କ୍ବାଲିଫାୟର  । ୨୦୧୯ ଜୁନ ୨୯ରେ ହେବ ଅଲିମ୍ପିକ୍ସ ହକି କ୍ବାଲିଫାୟର ମ୍ୟାଚ୍  । କଳିଙ୍ଗରେ କ୍ବାଲିଫାୟର ହେବା ନେଇ ଆନ୍ତର୍ଜାତୀୟ ହକି ଫେଡେରେସନ ମୁଖ୍ୟ ସୂଚନା ଦେଇଛନ୍ତି  ।

 

Comments (0)
Add Comment