ରାଜଧାନୀ ସଚିନ୍…ସଚିନ୍

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ କ୍ରିକେଟ୍ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର  । ବିମାନ ବନ୍ଦରରେ ପହଞ୍ଚିବା ପରେ ସଚିନଙ୍କୁ କ୍ରୀଡ଼ା ବିଭାଗ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି  । କଳିଙ୍ଗ ଷ୍ଟାଡିୟମରେ ବସି ହକି ବିଶ୍ବ କପ ଫାଇନାଲ ଦେଖିବେ ସଚିନ  । ସଚିନଙ୍କ ସୁରକ୍ଷା ପାଇଁ ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ଯାଏଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି  । ସେପଟେ ସଚିନଙ୍କୁ ଦେଖିବାକୁ ବିମାନ ବନ୍ଦରରେ ଫ୍ୟାନଙ୍କ ପ୍ରବଳ ଭିଡ଼  । ସଚିନଙ୍କୁ ଦେଖିବା ପାଇଁ କାଲି ଠାରୁ ଭୁବନେଶ୍ବରରେ ମାହୋଲ ଗରମ ରହିଛି  ।

Comments (0)
Add Comment