News World Odisha
Current News Updates

ନ୍ୟୁଜ ଓ୍ୱାର୍ଲଡ ଓଡ଼ିଶା ଟ୍ୱିଟ୍

ଖଇରପୁଟ: ପଥରରେ ଛେଚି ଯୁବକକୁ ହତ୍ୟା । କଦମଗୁଡା ପଞ୍ଚାୟତ ସଦର ଗ୍ରାମର ଜଣେ ଯୁବକକୁ ରାଜପଥର ମଣିପୁରିଆଗୁଡା ଠାରେ ହତ୍ୟା କରାଯାଇଛି । ପରିବାର ଲୋକଙ୍କ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।
@spmalkangiri

ବାଲିଗୁଡା: ବନବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କାର ଚଉ କାଠ ଭର୍ତ୍ତି ପିକପ୍ ଭ୍ୟାନ୍ ଜବତ । ଡ୍ରାଇଭର ଗିରଫ ।
#Odisha

ପୁରୀ: ଶ୍ରୀମନ୍ଦିର ଅଚଳାବସ୍ଥା ପ୍ରସଙ୍ଗ, ୩୪ ସେବାୟତଙ୍କୁ ନୋଟିସ ଜାରି । ଗତ ୨୮ ତାରିଖରେ ହୋଇଥିଲା ଅଚଳାବସ୍ଥା ।
#Puri

ଯାଜପୁର: କୋରାଇ କାର୍ଗୀଲ ଛକ ନିକଟରେ ସଡ଼କ ଦୁର୍ଘଟଣା, ଗଛରେ ପିଟିହେଲା କାର୍ । ଘଟଣାସ୍ଥଳରେ ଜଣେ ମୃତ ।
#RoadAccident #Odisha

ବ୍ରହ୍ମପୁର: ଆୟୁଷ ଅଂଶୁମାନ ଅପହରଣ ଘଟଣା, ସମ୍ପୃକ୍ତ ମାମୁଁର ଗାଡ଼ି ଜବତ । ଅପହୃତ ଛାତ୍ରର ସ୍କୁଲ ଡ୍ରେସ, ଆଇକାର୍ଡ ଜବତ । ଏକ ଅଟୋରୁ ଜବତ କଲା ପୁଲିସ । ଅଂଶୁମାନକୁ ହତ୍ୟା କରାଯାଇଥିବା ସନ୍ଦେହ । ଗତକାଲି ଛାତ୍ରର ମାମୁଁଙ୍କୁ ଗିରଫ କରାଯାଇଥିବା ସୂଚନା ।
#Odisha

ଆଜି ପବିତ୍ର ଶାମ୍ବ ଦଶମୀ, ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କ । ବୁଡ଼ ପକାଇବା ସହ ସୂର୍ଯ୍ୟ ପୂଜା କଲେ ଶ୍ରଦ୍ଧାଳୁ ।
#SambaDashami #Konark #Odisha

ବିଜେଡିରେ ଅଦଳବଦଳ । ଅଦଳବଦଳ କଲେ ଦଳ ସଭାପତି ନବୀନ ପଟ୍ଟନାୟକ । ବିମ୍ବାଧର କୁଅଁରଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ଇନଚାର୍ଜ ଦାୟିତ୍ୱ । ଦେବାଶିଷ ସାମନ୍ତରାୟଙ୍କୁ ଦଳର ସାଧାରଣ ସମ୍ପାଦକ ଦାୟିତ୍ୱରୁ ଅବ୍ୟାହତି ଦେଇ କଟକ ଜିଲ୍ଲା ସଭାପତି ଦାୟିତ୍ୱ ।
@bjd_odisha

ମୃତ୍ୟୁ ରୋକିବ ମୋବାଇଲ୍ ଆପ୍ସ
ବଜ୍ରପାତ ଆଗରୁ ଆସିବ ସୂଚନା...
https://t.co/9csECBLjQj
#DaminiLightningApps @IMDWeather #NWO

ଆସନ୍ତା ଫେବୃଆରୀ ୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ୪ ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୭ ତାରିଖରେ ଉପସ୍ଥାପନ ହେବ କାମଚଳା ବଜେଟ ।
#BudgetSession #OdishaAssembly

ଫୁଲବାଣୀ: ଗତ ୫ ତାରିଖରେ ପାତୀଆମ୍ବା ନିକଟରେ ଠିକାଦାର କ୍ୟାମ୍ପ ଉପରେ ହୋଇଥିବା ମାଓ ହିଂସାକାଣ୍ଡରେ ୭ ଜଣଙ୍କୁ ଗିରଫ କରିଛି ପୁଲିସ । ୭ ଜଣ ଗିରଫ ହୋଇଥିବା ନେଇ ସୂଚନା ଦେଲେ କନ୍ଧମାଳ ଏସପି ପ୍ରତୀକ ସିଂ ।
#Odisha @spkandhamal

ମିଶନ ଶକ୍ତି ରଥର ହେଲା ଶୁଭାରମ୍ଭ । ପ୍ରଥମ ପର୍ଯ୍ୟାୟରେ ଗଡ଼ିଲା ୩୦ଟି ଗାଡ଼ି । ମୋଟ ୧୧୮ଟି ଗାଡ଼ି ଗଡ଼ିବ । ପ୍ରତି ପଞ୍ଚାୟତରେ ଗଡ଼ିବ ୩ଟି ଗାଡ଼ି । ମହିଳାଙ୍କୁ ସଚେତନତା କରିବା ସହ ମିଶନ ଶକ୍ତି ସମ୍ପର୍କରେ ଦେବ ସୂଚନା ।
#MissionShakti #Odisha

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ, ନିଜର ୩୯ତମ ଶତକ ହାସଲ କଲେ ଅଧିନାୟକ ବିରାଟ କୋହଲି ।
#AUSvIND #ViratKohli

ସାହସୀ ପୁଅକୁ ସ୍ମରଣ କଲେ ମୋଦି
@newsworldodisha https://t.co/l03wEMO9cw
#balangir #odisha @narendramodi

ବଲାଙ୍ଗିରରୁ ବିରୋଧୀଙ୍କୁ ବାଣ
ଖୋର୍ଦ୍ଧା, ବାରିପଦା ପରେ ବଲାଙ୍ଗିରରେ ବି ନମୋଙ୍କ ନରମ ଗର୍ଜନ https://t.co/GamhJF9Pdh
#bolangir #odisha @narendramodi @RahulGandhi @INCOdisha

ସୁନେତ୍ର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ସ୍କୁଲ ପିଲା ଏବଂ ବୟସ୍କଙ୍କୁ ମାଗଣାରେ ଚଷମା ଯୋଗାଣ
ସୁନେତ୍ର ଯୋଜନା ହିତାଧିକାରୀଙ୍କ ସହ କଥା ହେଲେ
ଭିଡିଓ କନଫରେନ୍ସିଂ ଜରିଆରେ କଥାହେଲେ ନବୀନ
#CMO #Sunetra #Odisha

ଜଳସେଚନରେ ରାଜ୍ୟ ବିପୁଳ ସଫଳତା ପାଇଛି
୮ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇଛୁ
ଆସନ୍ତା ଏପ୍ରିଲ ସୁଦ୍ଧା ଆମ ଲକ୍ଷ୍ୟ ପୂରଣ ହେବ
ଓଡିଶାକୁ ଆଗକୁ ନେବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ
#odisha
@Naveen_Odisha

କୃଷି ଓଡିଶା କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ
ଚାଷୀଙ୍କ ପାଇଁ ହୋଇଛି କାଳିଆ ଯୋଜନା
କାଳିଆ ସାରା ଦେଶରେ ଏକ ଆଦର୍ଶ ଯୋଜନା ପାଲିଟିଛି
ସବୁ ଲୋକଙ୍କ ରୋଜଗାର ବଢିଲେ ମୁଁ ଖୁସି ହେବି:ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କୁ ମୋଦିଙ୍କ ଟାର୍ଗେଟ
ଆଦିବାସୀଙ୍କ ପାଇଁ ୪ ହଜାର କୋଟି ଓଡିଶାକୁ ମିଳିଛି
କେନ୍ଦ୍ରର ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର
#odisha

ପୂର୍ବ ସରକାର ତୁଳନାରେ ଆମେ ଓଡ଼ିଶାକୁ ୫ ଗୁଣ ଅଧିକ ଅର୍ଥ ଦେଇଛୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
#Odisha

ଓଡ଼ିଶାରେ ଯୋଗାଯୋଗ'ର ବିକାଶ ପାଇଁ କେନ୍ଦ୍ର ଅଧିକ ଗୁରୁତ୍ୱ ଦେଉଛି: ମୋଦି
ରେଳ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି:ମୋଦି
#Odisha

ବଲାଙ୍ଗୀର ମାଟିରେ ଅଚ୍ୟୁତାନନ୍ଦଙ୍କୁ ମନେପକାଇଲେ ମୋଦି !
ନକ୍ସଲ ଗୁଳିରେ ପ୍ରାଣ ହରାଇଥିଲେ ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ

ସାଧାରଣ ସୌଜନ୍ୟ ଭୁଲିଗଲେ
ନମୋ ନେଲେନି ନରସିଂହଙ୍କ ନାଁ…
https://t.co/Qf1leY3LwA
#balangir #odisha @narendramodi @NarasinghMishra

ବଲାଙ୍ଗୀର : ପଥରଚେପାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
ଜନସଭାକୁ କରିବେ ସମ୍ବୋଧନ
@narendramodi
#Balangir

ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମ
ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୧୯ ତାରିଖ ଯାଏ ଚାଲିବ ରାଜ୍ୟସ୍ତରୀୟ କୃଷି ମହୋତ୍ସବ
#Odisha

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗିରରେ ରେଳ ଷ୍ଟେସନ ନିକଟରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ୧୫୪୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ
#Odisha
#BJP

Load More...